Advertisement
Categories: ଗଞ୍ଜାମ

ବାଳକରେ ପିଟ୍‌ବୁଲ୍‌ସ, ବାଳିକାରେ ଚ୍ୟାଲେଞ୍ଜର୍ସ ଚାମ୍ପିୟନ୍‌

ବ୍ରହ୍ମପୁର ଅଫିସ୍‌,୨୬ା୪- ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଗତ ୩ ଦିନ ହେଲା ଚାଲିଥିବା ପ୍ରଥମ ବ୍ରହ୍ମପୁର ଗ୍ରୀଷ୍ମକାଳୀନ ବାସ୍କେଟବଲ୍‌ ଲିଗ୍‌ ଗୁରୁବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ବାଳକ ବର୍ଗରେ  ୪ଟି ଦଳ ଭାଗ ନେଇଥିଲେ।  ଫାଇନାଲ୍‌ ମ୍ୟାଚ୍‌ ବ୍ରହ୍ମପୁର ପିଟ୍‌ବୁଲ୍‌ସ ଏବଂ ବ୍ରହ୍ମପୁର ହୁପ୍‌ଷ୍ଟର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ପିଟବୁଲ୍‌ସ ୬୪-୪୫ ପଏଣ୍ଟ୍‌ରେ ଜିତି ଚାମ୍ପିୟନ୍‌ ହୋଇଛି। ବାଳବ ବର୍ଗର ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ବ୍ରହ୍ମପୁର ଉରି ଏବଂ ବ୍ରହ୍ମପୁର ପାଣ୍ଡବସ୍‌ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଉରି ୩୫-୧୧ ପଏଣ୍ଟରେ ପାଣ୍ଡବସ୍‌ଙ୍କୁ ପରାସ୍ତ କରିଥିଲା। ସେହିଭଳି ବାଳିକା ବର୍ଗର ଫାଇନାଲ୍‌ ରୟାଲ୍‌ ଚ୍ୟାଲେଞ୍ଜର୍ସ ବ୍ରହ୍ମପୁର ଏବଂ ବ୍ରହ୍ମପୁର ରକର୍ସ ମଧ୍ୟରେ ଖେଳାଯାଇଥିଲା। ରୟାଲ୍‌ ଚ୍ୟାଲେଞ୍ଜର୍ସ ୨୭-୧୪ ପଏଣ୍ଟ୍‌ରେ ରକର୍ସଙ୍କୁ ପରାସ୍ତ କରି ଚାମ୍ପିୟନ୍‌ ହୋଇଛି। ଅନ୍ୟପଟେ ବରିଷ୍ଠ ଖେଳାଳିଙ୍କୁ ନେଇ ମାଷ୍ଟର୍ସ ମ୍ୟାଚ୍‌ ମଧ୍ୟ ଖେଳାଯାଇଥିଲା। ଏଥିରେ ମିତେନ୍‌ସ ମାଷ୍ଟର୍ସ ୪୨-୨୮ ପଏଣ୍ଟ୍‌ରେ ଲିଟୁ ମାଷ୍ଟର୍ସଙ୍କୁ ହରାଇ ଚାମ୍ପିୟନ୍‌ ହୋଇଛି। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଜିଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡ଼ି ଯୁବନେତା ଆର୍‌. ମୁରଲୀ ମୋହନ ଏବଂ ଲଳିତ ମଙ୍ଗରାଜ ଯୋଗଦେଇ ସଫଳ ଦଳଗୁଡ଼ିକୁ ପୁରସ୍କୃତ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel