ବ୍ରହ୍ମପୁର ଅଫିସ , ୨୧।୫ : ଗଞ୍ଜାମ ଜିଲା ବ୍ରହ୍ମପୁର ଏସ୍ପି ଓ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରେ ବାଳସୁଧାର ଗୃହ ରହିଛି । ତେବେ ଗତ ୩ ଦିନ ତଳେ ଉକ୍ତ ବାଳାଶ୍ରମରେ ରହୁଥିବା ପ୍ରାୟ ୮୭ ଅନ୍ତେବାସୀଙ୍କ ମଧ୍ୟରୁ ୭ ଜଣ ଜଗୁଆଳୀଙ୍କୁ ମାଡ଼ମାରି ଚମ୍ପଟ ମାରିଥିଲେ। ତେବେ ଗୁରୁବାର ବୈଦ୍ୟନାଥପୁର ଥାନା ପୋଲିସ ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ମାଷ୍ଟରମାଇଣ୍ଡ ସମେତ ଅନ୍ୟ ୪ ଜଣଙ୍କୁ ଧରିପାରି ନାହିଁ। ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
Posted inଅପରାଧ, ଆମ ଜିଲା ଖବର, ଗଞ୍ଜାମ