ବ୍ରହ୍ମପୁର ଅଫିସ,୭।୧ ଗଞ୍ଜାମ ଜିଲା ବ୍ରହ୍ମପୁର ଗୋଶାଣିନୂଆଗାଁଠାରେ ଥିବା ଉତ୍କଳ ବାଳାଶ୍ରମରୁ ସୋମବାର ବିଳମ୍ବିତ ରାତ୍ରରେ ୧୩ ଜଣ ଅନ୍ତେବାସୀ ନିଖୋଜ ହୋଇଯାଇଛନ୍ତି । ଏନେଇ ମଙ୍ଗଳବାର ବାଳାଶ୍ରମ ସୁପରିଣ୍ଟେଣ୍ଡେଣ୍ଟ ଗୋଶାଣିନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ଜିଲାପାଳ ଏଥିପ୍ରତି ଧ୍ୟାନ ଦେବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ନିଖୋଜ ନାବାଳିକାମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲା ଭାଜପା ପୂର୍ବତନ ସଭାପତି କାହ୍ନୁ ଚରଣ ପତି ଦାବି କରିଛନ୍ତି।