ବାଳାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ପରସିଲେ ବରଗଡ଼ ବିଧାୟକ

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମଙ୍ଗଳବାର ସହର ଉପକଣ୍ଠ ସିମେଣ୍ଟ ନଗର ନିକଟରେ ରହିଥିବା ବିମଳାଦେବୀ ଆଶ୍ରମକୁ ଯାଇ ସେଠାକାର ଅନ୍ତେବାସୀଙ୍କୁ ଖାଦ୍ୟ ପରଶିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବାପା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଧାୟକ ଆଚାର୍ଯ୍ୟ ଏହି ଆଶ୍ରମର ଅନ୍ତେବାସୀଙ୍କ ପାଇଁ ଏଭଳି ଭୋଜନ ବ୍ୟବସ୍ଥା କରିଥିଲେ । ନିଜେ ସେଠାକୁ ଯାଇ ରନ୍ଧାବଢ଼ା ପରଖିବା ସହିତ ସେଠାକାର ଅନ୍ତେବାସୀଙ୍କୁ ସେ ଖାଦ୍ୟ ପରିଶିଥିଲେ।

Share