Categories: ଜାତୀୟ

ବାଳିକା ଗୃହରେ ୭ ନାବାଳିକା ଗର୍ଭବତୀ: ଯୋଗୀ ସରକାରଙ୍କୁ ଘେରିଲା କଂଗ୍ରେସ

କାନପୁର,୨୨।୬: ଉତ୍ତରପ୍ରଦେଶ କାନପୁରରେ ଥିବା ସରକାରୀ ବାଳିକା ଗୃହରେ ୭ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଘେରିଛନ୍ତି। ଏଠାରେ ଥିବା ୫୭ ନାବାଳିକାଙ୍କ ମଧ୍ୟରୁ ଜଣେ ଏଚ୍‌ଆଇଭି ପଜିଟିଭ୍‌ ଥିବା କୁହାଯାଉଛି। ସେହିପରି ୫ ଜଣଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାକୁ ନେଇ ରାଜ୍ୟ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଏସମ୍ପର୍କରେ ଜିଲାପାଳ ବ୍ରହ୍ମଦେବ ତିଓ୍ବାରୀ କହିଛନ୍ତ ଯେ, ବାଳିକା ଗୃହକୁ ଆସିବା ପୂର୍ବରୁ ସମ୍ପୃକ୍ତ ନାବାଳିକା ମାନେ ଗର୍ଭବତୀ ଥିଲେ। ସେମାନଙ୍କୁ ଆଗ୍ରା, ଏଟା, କନୌଜ, ଫିରୋଜାବାଦ ଏବଂ କାନପୁରରୁ ଅଣା ଯାଇଥିଲା। କରୋନା ଆକ୍ରାନ୍ତ ୨ ନାବାଳିକାଙ୍କ ଚିକିତ୍ସା ଲାଲା ଲଜପତ୍‌ ରାୟ ହସ୍ପିଟାଲରେ କରାଯାଉଥିବା ବେଳେ ଅନ୍ୟ ୩ ଜଣ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜିଲାପାଳ କହିଛନ୍ତି।

Share