ନୂଆଦିଲ୍ଲୀ,୬-୭: ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଗ୍ରାହକ ନେଉଥିବା ବାସଗୃହ ଋଣ ଉପରେ ପ୍ରଦାନ କରୁଥିବା ସୁଧ ଉପରେ ଅତିରିକ୍ତ ୧.୫୦ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଟିକସ ରିହାତି ପ୍ରଦାନ ନେଇ ସରକାର ଘୋଷଣା କରିଛନ୍ତି। ସେହିଭଳି ଇ-ଯାନ କ୍ରୟ ଲାଗି ଋଣ ଉପରେ ୧.୫ ଲକ୍ଷ ଟଙ୍କାର ଆୟକର ରିହାତି ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଲିଥିୟମ ବ୍ୟାଟେରୀ ଏବଂ ସୋଲାର ଚାଜେର୍ସ ପ୍ରଡକ୍ଟ ମାନୁଫାକଚରରଙ୍କ ଲାଗି ନିବେଶ ସଂଯୋଗ ଟିକସ ସୁବିଧା ପ୍ରଦାନ କରିବାକୁ ବଜେଟରେ କୁହାଯାଇଛି। ଯେଉଁ କମ୍ପାନୀଗୁଡିକର ବାର୍ଷିକ କାରବାର ୪୦୦ କୋଟି ଟଙ୍କା ରହିଛି ସେମାନେ ୨୫% କର୍ପୋରେଟ ଟିକସ ପ୍ରଦାନ କରିବେ। ଏହା ଦ୍ୱାରା କର୍ପୋରେଟ ଇଣ୍ଡିଆର ୯୯.୩% କମ୍ପାନୀ ଲାଭବାନ ହୋଇପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଟିକସ ସରଳୀକରଣ ଦ୍ୱାରା ବ୍ୟବସ୍ଥାକୁ ସ୍ବଚ୍ଛ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।