ବୈପାରୀଗୁଡ଼ା,୨।୨(ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରୀଗୁଡ଼ା ବ୍ଲକ ବୋଡାପୁଟ ପଞ୍ଚାୟତ କୁରୁକୁଟି ଗ୍ରାମରେ ଶୁକ୍ରବାର ଏକ ବିବାହ ଭୋଜି ହୋଇଥିଲା। ଶନିବାର ଭୋଜିର ବଳକା ତଥା ବାସି ଖାଦ୍ୟ ଖାଇ ସନ୍ଧ୍ୟାରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ରବିବାର ଏକ ଡାକ୍ତରୀ ଦଳ କୁରୁକୁଟି ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥାବସ୍ଥା ପରୀକ୍ଷା କରିଛନ୍ତି। ଏଥିରେ ୪୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।