ବାସୁଦେବପୁର ବ୍ଲକ ଜିଆର୍‌ଏସ୍‌ଙ୍କୁ ମରଣାନ୍ତକ ଆକ୍ରମଣ: ଆକ୍ରମଣକାରୀ ମହିଳାଙ୍କୁ ପିଟିଲେ ଗ୍ରାମବାସୀ

ବାସୁଦେବପୁର, ୨୯।୫(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ କାର୍ଯ୍ୟରତ ଜିଆର୍‌ଏସ୍‌ ଲମ୍ବୋଦର ଦାସଙ୍କୁ ମଙ୍ଗଳବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କର ଜଣେ ପଡୋଶୀ ମହିଳା ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଗୁୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡିକାଲକୁ ପଠାଯାଇଛି। ଉକ୍ତ ମହିଳାଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିବା ଜଣାପଡିଛି। ପ୍ରକାଶ ଯେ ସମ୍ପୃକ୍ତ ଜିଆର୍‌ଏସ୍‌ ଓ ଉକ୍ତ ମହିଳାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ପୂର୍ବରୁ ବିବାଦ ଲାଗିରହିଥିଲା। ତେବେ କେଉଁ ଘଟଣା ପାଇଁ ମହିଳା ତାଙ୍କୁ ଆକ୍ରମଣ କରିଥିଲେ ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।