ବାସୁଦେବପୁର,୨୪।୧୨(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଶନ କାର୍ଡରେ ଅନିୟମିତତା, ଦୁର୍ନୀତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବ୍ଲକ ପରିସରରେ ମଙ୍ଗଳବାର ଗଣଧାରଣା ଦିଆଯାଇଛି। ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବଳ, ଯୁବନେତା ଅଶୋକ କୁମାର ଦାସ, ସରପଞ୍ଚ କାହ୍ନୁ ଚରଣ ମଳିକ, ମଞ୍ଜୁଲତା ପଣ୍ଡାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଛନ୍ତି।