ବାହକ ହୋଇପାରେ ମୋବାଇଲ ଫୋନ୍‌

ନୂଆଦିଲ୍ଲୀ,୧୬ା୫(ପି.ଟି.): ମୋବାଇଲ ଫୋନ୍‌ କରୋନା ଭୂତାଣୁର ବାହକ ହେବାର ସମ୍ଭାବନା ରହୁଥିବା ରାୟପୁର ଏମ୍ସର ଡାକ୍ତରମାନେ ସତର୍କ କରାଇଦେଇଛନ୍ତି। ଏହା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସକ୍ରମିତ କରିବା ଆଶଙ୍କା ଥିବାରୁ ହସ୍ପିଟାଲଗୁଡ଼ିକରେ ମୋବାଇଲ ଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଇବାକୁ ସେମାନେ ସୁପାରିସ୍‌ କରିଛନ୍ତି। ବିଏମ୍‌ଜି ଗ୍ଲୋବାଲ ହେଲ୍‌ଥ ଜର୍ନାଲରେ ପ୍ରକାଶିତ ଟିପ୍ପଣୀ ଅନୁଯାୟୀ ମୋବାଇଲ ଫୋନ୍‌ର ଉପରିଭାଗ ସିଧାସଳଖ ମୁହଁ କିମ୍ବା ପାଟି ସଂସ୍ପର୍ଶରେ ଆସିପାରେ। ହାତକୁ ଭଲଭାବେ ଧୋଇଲେ ମଧ୍ୟ କେତେଜଣ ସ୍ବାସ୍ଥ୍ୟ କର୍ମଚାରୀ ପ୍ରତି ୧୫ ମିନିଟରୁ ୨ ଘଣ୍ଟା ମଧ୍ୟରେ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ଏକ ଅଧ୍ୟୟନରୁ ଜଣାପଡିଛି। ସେମାନେ ଅନ୍ୟ କର୍ମଚାରୀଙ୍କ ସହ ଯୋଗାଯୋଗ କରିବା, ମେଡିକାଲର ନୂଆ ଗାଇଡ୍‌ଲାଇନ ସମ୍ପର୍କରେ ଜାଣିବା, ଗବେଷଣା ଔଷଧ ସମ୍ପର୍କରେ କଥା ହେବା ଓ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଜାଣିବା, ଟେଲିମେଡିସିନ୍‌ ଆପଏଣ୍ଟମେଣ୍ଟ ଆଦି ପାଇଁ ମୋବାଇଲ ଫୋନ୍‌ ବ୍ୟବହାର କରିଥାନ୍ତି। ତେଣୁ ହସ୍ପିଟାଲରେ ମୋବାଇଲ ଫୋନ୍‌ ବ୍ୟବହାର ଉପରେ କଟକଣା ଜରୁରୀ ବୋଲି କମ୍ୟୁନିଟି ଓ ଫାମିଲି ମେଡିସିନ୍‌ ବିଭାଗର ଡାକ୍ତରମାନେ ଉଲ୍ଲେଖ କରିଛନ୍ତି।

Share