ବାହାଜାଂଗଲ ମାଜି କମେଇ ଖାଏବାର ମଜା ଅଲଗ

ଗୁଡଭେଲା,୧୯।୧୧(ଡି.ଏନ୍‌.ଏ.)- ‘ଆମ୍‌କୁ ଛତିଗଡ଼ ଆର ଓଡ଼ିଶା ସରକାର ଯାହା ବି ଦେଇଛନ୍‌ ସେଥ୍‌ରେ ଆମେ ଖୁସ୍‌ ଅଛୁଁ। ଛତିଶଗଡ଼ରେ ଚାଷ୍‌ବାସ କରୁଛୁଁ, ବାକି ଫୁରସତ୍‌ ସମିଆରେ ଓଡ଼ିଶା ଆସି ବାଢ଼ୁନ୍‌ ବିକି କୁଟୁମ୍‌ ପୁଷୁଛୁଁ।’ ଇଟା କେହେନ୍‌ସି ଫିଲିମ୍‌ର ଡାଇଲଗ୍‌ ନୁହେ। ତୁଷୁରା-ବଲାଙ୍ଗୀର ମୁଖିଆ ରାସ୍‌ତା ତରେ ମହିପୁର ଗଁା ପାସେ ତମ୍ପୁ ଗାଡ଼ି ଡେରା ପକେଇ ଛନ୍‌ ଛତିଶଗଡ଼ ରାଏଜ୍‌ର ୬ଟା ପରିବାର। ସେମାନେ ବାଢ଼ୁନ୍‌ ତିଆର କରି ରାସ୍‌ତା ତରେ, ଆସର ପାସର ବଜାରରେ ବିକୁଛନ୍‌। ସେଥ୍‌ରୁ ଯେନ୍‌ ଦୁଇ ପଏସା କମାନି ହେଉଛେ ସେଥ୍‌ରେ ଛୁଆପୁତାନୁ କୁଟୁମବସିଆ ଆରାମରେ ଚଲୁଛନ୍‌। ଇ ବାବ୍‌ଦେ ଝନେ ପରିବାରର ମୁଖିଆ ରଞ୍ଜିତ ପାଣ୍ଡେକୁଁ ପଚ୍‌ରାଲାରୁ ଆମେ ଛତିଶଗଡ଼ ରାଏଜ୍‌ ବିଲାସପୁର ଜିଲା ମଟିୟାରୀ ଗଁାନୁ ୬ଟା ପରିବାରର ୨୬ ଝନ୍‌ ଆସିଛୁଁ। ସେଠାନେ ଆମର ଅଲପ ଜମିବାଡ଼ି ବି ଅଛେ। ଚାଷବାସ ସରିଗଲେ ଫୁରସତ ସମିଆରେ ଆମେ ଓଡ଼ିଶାର ଭିନେ ଭିନେ ଜିଲାକେ ଯାଇ ବାଢ଼ୁନ ତିଆର କରି ଦୁଇ ପଏସା ରୁଜଗାର କରୁଛୁଁ। ବାଢ଼ୁନ୍‌ ତିଆରିରେ ପରିଶ୍‌ରମ ଅଛେ, ହେଲେ ଖରଚ୍‌ ବେଶି ନଁାଇଁନ। ସେଥିରଲାଗି ବାଢ଼ୁନ ବିକି ଯାହା ବି ମିଲୁଛେ ପୁଷଉଛେ। ଆସର ପାସର ଜଂଗଲରୁ ବାଢ଼ୁନ ତିଆରି ଲାଗି ସାମାନ ଠୁଲଉଛୁଁ ଆର କୁଟୁମବସିଆ ବୁଢ଼ୁନ ତିଆରିରେ ଯୁଟିଯାଉଛୁଁ। ଇ ବାଢ଼ୁନ ତିଆରି ଆମେ ଆମର ବାପ୍‌ ଅଜାରନୁ ଶିଖିଛୁଁ। ଆଏଜ୍‌ ଇ କଳା ଆମ୍‌କୁ ରୁଜଗାର ଦେଇଛେ ବଲି ସେ କହିଥିଲେ। ଛତିଶଗଡ଼ କି ଓଡ଼ିଶା ସରକାରକଁରନୁ ଆଣା ଆଶ୍‌ କରୁଛନ୍‌ ବଲି ତାହାକୁ ପଚରାଲରୁ ଦୁଇ ରାଏଜର ସରକାର ବହୁତ୍‌ ଭଲ ଆଏ। ସବୁ ସମାଜ, ବରଗର ଲୁକ୍‌କର ଲାଗି ଦୁଇ ସରକାର ଅଲ୍‌ପେ ବହୁତ କରିଛନ୍‌। ଆମର ଲାଗି ବି କରିଛନ୍‌। ହେଲେ ସରକାର ଯେ ସବୁ କରିଦେବେ ଇ କଥା ନୁହେ। ଆମରମାନକର ବି କିଛି ଦାଇତିଅ ଅଛେ। ନିଜର ବାହାଜାଂଗଲ ମାଜି କମେଇ ଖାଏବାର ମଜା ଅଲଗ ଆଏ। ହେଲେ ମଗ୍‌ନା ପାଏଲା ଜିନିଷ୍‌ଥି ସେଟା କାହିଁ ବଲି ସେ କହିଥିଲେ।

Share