ବାହାନଗାରୁ ୩ ସଂକ୍ରମିତ ଚିହ୍ନଟ: ଗୋପାଳପୁର ପଞ୍ଚାୟତକୁ ୨୪ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବାହାନଗା, ୧୫।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଗୋପାଳପୁର ସରପଞ୍ଚ ଯୋଗେଶ ଚନ୍ଦ୍ର ପତି ଶୁକ୍ରବାର ପଞ୍ଚାୟତର ସମସ୍ତ ବଜାର-ଗାଁକୁ ୨୪ ଘଣ୍ଟିଆ ସଟ୍‌ ଡାଉନ୍‌ ଘୋଷଣା କରିଛନ୍ତି। ବାହାନଗା ବ୍ଲକର ଗୋପାଳପୁର, କୁରୁଡା, ସାଉଡୁ ପଞ୍ଚାୟତରେ ହୋଇଥିବା କୋଭିଡ୍‌-୧୯ ସଙ୍ଗରୋଧ କେନ୍ଦ୍ରରେ ୩ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଗୋପାଳପୁର ପଞ୍ଚାୟତ ସରପଞ୍ଚ ପତି ଶୁକ୍ରବାର ଦିନ ସାଢେ ୧୦ଟାରୁ ଶନିବାର ଦିନ ସାଢେ ୧୦ଟା ପର୍ଯ୍ୟନ୍ତ ସଟଡାଉନ୍‌ ଘୋଷଣା କରିଯାଇଥିବା ସୂଚନା ମିଳିଛି।