ବାହାନଗାରେ କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ବାହାନଗା,୨୩।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ରେଳଷ୍ଟେଶନ ନିକଟ ଲୋପ ଲାଇନ୍‌ରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ସୋରରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ମାତ୍ର ଏହାର କାରଣ ଏଯାବତ୍‌ ଅସ୍ଫଷ୍ଟ ରହିଛି। ଟ୍ରେନ୍‌ରେ ପାରାଦୀପରୁ ପଶ୍ଚିମବଙ୍ଗର ଖଡଗପୁରସ୍ଥିତ ନିମପୁରାକୁ କୋଇଲା ଯାଉଥିଲା। ଶନିବାର ରାତି ସାଢେ ୧ଟା ବେଳେ ଉକ୍ତ ଟ୍ରେନ୍‌ ବାହାନଗା ଷ୍ଟେଶନରେ ଅଟକିଥିଲା।