ବାହାନଗା ଅଟୋ ଆସୋସିଏଶନ ପକ୍ଷରୁ ସହାୟତା

ବାହାନଗା, ୩୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସଦରମହୁକମା ବଜାରରେ ଥିବା ମା’ ବାସୁଳୀ ଅଟୋ ଆସୋସିଏଶନ ପକ୍ଷରୁ କୋଭିଡ-୧୯ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହି ଚେକ୍‌ ବାହାନଗା ବ୍ଲକ ବିଡିଓ ରଘୁନାଥ ପାଣିଗ୍ରାହୀଙ୍କୁ ସଂଘର ସଭାପତି ଆନନ୍ଦ ସାହୁ , ସମ୍ପାଦକ ଅନ୍ତର୍ଯ୍ୟାମୀ ରାୟ ସମେତ ସଦସ୍ୟ ବ୍ରଜ ନନା, ଦିଲ୍ଲୀପ କୁମାର ଭାନ, ଶୁକ୍ରଚରଣ ମଳିକ, କରୁଣାକର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା ।