ବାହାନଗା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ଯୋଗଦେଲେ ବିଧାୟକ, ଏମ୍‌ପି

ବାହାନଗା,୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡ଼ୁ ପଞ୍ଚାୟତ ଥାଲସଡ଼ା ଗ୍ରାମରେ ବିଜେଡି ପକ୍ଷରୁ ବୁଧବାର ଜନ ସମ୍ପର୍କ ପଦଯାତ୍ରା ହେବା ସହ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ବିଧାୟକ ପର୍ଶୁରାମ ଧଡ଼ା, ଏମ୍‌ପି ମଞ୍ଜୁଲତା ମଣ୍ଡଳ ସମେତ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧିମାନେ ସାମିଲ ହୋଇଥିଲେ। ଏହି ଅବସରରେ ଥାଲସଡ଼ା ଗ୍ରାମରେ ଏକ ମିଶ୍ରଣ ପର୍ବ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପଞ୍ଚାୟତର କଂଗ୍ରେସ ଲୋକପ୍ରତିନିଧି ଓ କର୍ମୀମାନେ ଯୋଗ ଦେଇଥିଲେ।