ମାନାମା,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବାହାରିନ୍ ଗସ୍ତରେ ଅଛନ୍ତି। ରବିବାର ବାହାରିନ୍ ନ୍ୟାଶନାଲ ଷ୍ଟାଡିୟମରେ ପ୍ରାୟ ୧୫ ହଜାର ଭାରତୀୟଙ୍କୁ ଉଦ୍ବୋଧନ ଦେବା ସମୟରେ ସେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମନେ ପକାଇ କିଛି ସମୟ ନିରବି ଯାଇଥିବା ସୂଚନା ମିଳିଛି। ମୋଦି କହିଛନ୍ତି ଜୀବନର ଖୁବ୍ ଲମ୍ବା ସମୟ ସେ ତାଙ୍କର ହୀରା ଭଳି ବନ୍ଧୁ ଜେଟଲୀଙ୍କ ସହ କାଟିଥିବା ବେଳେ ଆଜି ସେ ଆଉ ଦୁନିଆରେ ନାହାଁନ୍ତି କିନ୍ତୁ ମୁଁ ଏକଥାକୁ ସହଜରେ ବିଶ୍ୱାସ କରି ପାରୁନାହଁାନ୍ତି ବୋଲି ମୋଦି କହିଛନ୍ତି। ନିକଟରେ ଭଉଣୀ ସୁଷମା ସ୍ବରାଜଙ୍କୁ ହରାଇବାର ଦୁଃଖ ମନରୁ ଲିଭି ନ ଥିବା ବେଳେ ଏବେ ମୋର ଏତେ ନିକଟତର ବନ୍ଧୁ ଦୁନିଆରୁ ବିଦାୟ ନେବା ମୋ ଜୀବନରେ ଏକ ବଡ ଶୂନ୍ୟସ୍ଥାନ ବୋଲି ସେ କହିଛନ୍ତି।