ବାହାରିନ୍‌ର ୨ ଶହ ବର୍ଷ ପୁରାତନ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କଲେ ମୋଦି

ମାନାମା,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିନ୍‌ ଗସ୍ତରେ ଯାଇଛନ୍ତି। ସେ ରବିବାର ରାଜଧାନୀ ମାନାମାଠାରେ ଥିବା ୨ଶହ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି। ଏହାର ନିର୍ମାଣ ୧୮ ଶତାବ୍ଦୀର ଦ୍ୱିତୀୟ ଦଶକରେ ଥାଟୋଇ ହିନ୍ଦୁ ବ୍ୟବସାୟୀଙ୍କ ଦ୍ୱାରା କରାଯାଇଥିଲା। ମନ୍ଦିରରେ ଏକ ନଲେଜ୍‌ ସେଣ୍ଟର ସହିତ ସଂଗ୍ରହାଳୟ ରହିଛି। ଏହି ୩ ମହଲା ବିଶିଷ୍ଟ ମନ୍ଦିର ୪୫ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି। ଇତିମଧ୍ୟରେ ମନ୍ଦିରର ନବୀକରଣ କରାଯାଇଛି। ଏଥିରେ ୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Share