ବାହାରେ ବୁଲୁଛନ୍ତି ଅନ୍ତେବାସୀ

କବିସୂର୍ଯ୍ୟନଗର,୨୦ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ୩ଶହ ଟପିଛି କରୋନା ପଜିଟିଭ ସଂଖ୍ୟା। ତଥାପି ଚେତୁ ନାହାନ୍ତି ଅନ୍ତେବାସୀ। ସୁରକ୍ଷା ବ୍ୟବସ୍ଥା କୋହଳ ହେତୁ ବଜାରରେ ବୁଲୁଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଭୟଭୀତ ହୋଇ ପଡିଛନ୍ତି। କଲ୍ୟାଣ ମଣ୍ଡପ ସଙ୍ଗରୋଧ ଗୃହରେ ଥିବା ଅନ୍ତେବାସୀ ୨ ଦିନ ହେଲା ସ୍ଥାନୀୟ ଦୋକାନ ବଜାରରେ ଆସି ବୁଲାବୁଲି କରୁଛନ୍ତି। କଲ୍ୟାଣ ମଣ୍ଡପ ପାଚେରୀ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏ ଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି।

Share