ଭୁବନେଶ୍ୱର, ୪ା୫(ବ୍ୟୁରୋ): ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ଡିଜିପି ଅଭୟ କଡ଼ା ଚେତାବନୀ ଦେଇଛନ୍ତି। କ୍ୱାରାଣ୍ଟାଇନ ନିୟମ ମାନିବାକୁ ସେ ଟୁଇଟ୍ କରି ଅପିଲ୍ କରିଛନ୍ତି। ସେ ଟୁଇଟ୍କରି କହିଛନ୍ତି ଯେ, ପ୍ରବାସୀ ଓଡ଼ିଆମାନେ କ୍ୱାରାଣ୍ଟାଇନ ନିୟମ ନ ମାନିଲେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟକୁ କ୍ଷତି ପହଞ୍ଚାଉଥିବା କୌଣସି ହରକତକୁ ବରଦାସ୍ତ କରାଯିବ ନାହିଁ। ନିୟମରେ କୌଣସି ବି ଅବହେଳା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଟୁଇଟ୍କରି ଜଣାଇଛନ୍ତି।