ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅପିଲ: ଲକ୍ଷଣ ଦେଖା ଦେଉ ନ ଥିଲେ ବି ପରୀକ୍ଷା କରାଇ ନିଅନ୍ତୁ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟ ତଥା ଦେଶ ବାହାରୁ ଫେରୁଥିବା ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅପିଲ।ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ ହୋଇଥାଇ ପାରନ୍ତି। କାରଣ ସଂକ୍ରମିତ ଶିକାର ହେଉଥିବା ପ୍ରାୟ ୮୦ ପ୍ରତିଶତଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ। ମାତ୍ର ପରୀକ୍ଷା ପରେ ସେମାନଙ୍କଠାରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ୁଛି। ତେଣୁ ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ନିଜର ପରୀକ୍ଷା କରାଇ ନିଅନ୍ତୁ ବୋଲି ଟୁଇଟ୍‌ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅପିଲ କରାଯାଇଛି। ବାହାରୁ ଫେରିଥିବା ବ୍ୟକ୍ତି ନିଜର ଓ ନିଜ ପରିବାରର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ। ଉଭୟ ସାମ୍ପଲ ପରୀକ୍ଷା ଓ ଚିକିତ୍ସା ମାଗଣାରେ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Share