Categories: ଜାତୀୟ

ବାହାର ରାଜ୍ୟରେ ଥିବା ସମସ୍ତ ଶିକ୍ଷାର୍ଥୀ, ଶ୍ରମିକଙ୍କୁ ଆଣିବା ସମ୍ଭବ ନୁହେଁ: ଅଶୋକ

ପାଟନା,୩୦।୪: କରୋନା ଭାଇରସର ସଂକ୍ରମଣକୁ ଦେଖି ସାରା ଦେଶରେ ୪୦ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଏବେ ଏହା ପୂରଣ ହେବାକୁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ଏହି ସମୟରେ ବାହାରେ ରହି ଯାଇଥିବା ଶିକ୍ଷାର୍ଥୀ ଓ ଶ୍ରମିକମାନଙ୍କୁ ସବୁ ରାଜ୍ୟ ନିଜ ନିଜ ରାଜ୍ୟକୁ ଫେରାଇ ନେବାକୁ ଚେଷ୍ଟା କରୁଛନ୍ତି। ହେଲେ ବିହାରର ଜେଡିୟୁ ନେତା ଅଶୋକ ଚୌଧୁରୀ କହିଛନ୍ତି, ବାହାର ରାଜ୍ୟରେ ଥିବା ଲକ୍ଷାଧିକ ଶିକ୍ଷାର୍ଥୀ ଓ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ସମ୍ଭବ ନୁହେଁ। ତେବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିଥିଲେ ମଧ୍ୟ ରାଜ୍ୟ ବାହାରେ ଥିବା ୨୫ ଲକ୍ଷ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖି ଆଣିବା ପାଇଁ ହେଲେ ୧.୭୦ ଲକ୍ଷ ବସ୍‌ର ଆବଶ୍ୟକତା ରହିଛି। ଯାହା ଅସମ୍ଭବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

Share