ବାହାର ରାଜ୍ୟର ଶ୍ରମିକଙ୍କୁ ବଣ୍ଟାଗଲା ରନ୍ଧାଖାଦ୍ୟ

ରାଇକିଆ,୨୮।୩(ଡି.ଏନ୍‌.ଏ.)- କରୋନା ସାଧାରଣ ଦିନ ମଜୁରିଆଙ୍କ ଚିନ୍ତା ବଢ଼ାଇଛି। ବିଶେଷକରି ବାହାର ରାଜ୍ୟରୁ ଆସି ଦିନମଜୁରିଆ ଭାବେ କାମ କରୁଥିବା ଶ୍ରମିକ ପରିବାର ଲକ୍‌ଡାଉନ କଟକଣା ପରେ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଏହା ନଜରକୁ ଆସିବା ପରେ ସେମାନଙ୍କ ପାଇଁ ପ୍ରଶାସନ ତରଫରୁ ଶନିବାର ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ମଧ୍ୟପ୍ରଦେଶ ଭୋପାଳରୁ ଆସି ଅଟକି ଯାଇଥିବା କେତେକ ପରିବାରଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇ ଥିଲା। ବିଡ଼ିଓ ପ୍ରବୀଣ ବାଣୁଆ, ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ, ବେରେଡାକିଆ ସରପଞ୍ଚ ରଶ୍ମିତା ପ୍ରଧାନଙ୍କ ଉପସ୍ଥିତିରେ ଖାଦ୍ୟ ଦିଆଯିବା ସହିତ କିଭଳି ସୁରକ୍ଷିତ ରହିବେ ସେ ନେଇ ପରାମର୍ଶ ଦିଆ ଯାଇଥିଲା। ସେହିପରି ରାଇକିଆ ବଜାରରେ ବୁଲୁଥିବା କିଛି ମାନସିକ ବିକାରଗ୍ରସ୍ତଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦିଆ ଯାଇଥିଲା। ଏଥିରେ କିଛି ସ୍ଥାନୀୟ ଯୁବକ ଏବଂ ସ୍ବେଛାସେବୀ ସହଯୋଗ କରିଥିଲେ।

Share