Advertisement

ବାହା ବେଳ ହୋଇନି

ଯାହା କହନ୍ତୁ ନା କାହିଁକି କ୍ୟାଟ୍ରିନାଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। ମ୍ୟାରେଜ ନେଇ ପ୍ରଶ୍ନ କଲେ ତାହାର ଉତ୍ତର କେତେ ଚତୁରତାର ସହ ଦେବାକୁ ପଡ଼େ ତାହାର କାଇଦା ତାଙ୍କୁ ଜଣା। ଦେଖୁନାହାନ୍ତି, ନିକଟରେ ଏ ନେଇ ଏକ ପ୍ରଶ୍ନର ଉତ୍ତରକୁ ସେ କେମିତି କେତେ ଚତୁରତାର ସହ ଦେଇଛନ୍ତି। ”ଏବେ ମ୍ୟାରେଜ କରିବାର ସମୟ ହୋଇନାହିଁ। ତାହା କେତେବେଳେ ଆସିବ ତାହା ମଧ୍ୟ ମୁଁ ବର୍ତ୍ତମାନ କହିପାରିବି ନାହିଁ। କାରଣ ଏ ନେଇ ପ୍ରଥମେ ମାଇଣ୍ଡ ମେକଅପ କରିବାକୁ ପଡ଼ିବ। ମୋ ମ୍ୟାରେଜକୁ ନେଇ ଅନେକ କଥା ଆଲୋଚନା ହେଉଛି। ହେଲେ ତା’ ପଛରେ ଆଦୌ ସତ୍ୟତା ନାହିଁ। ସମୟ ଆସିଲେ ମୁଁ ନିଜଆଡ଼ୁ ଏକଥା ସମସ୍ତଙ୍କୁ ଜଣାଇଦେବି।“ ତେବେ କ୍ୟାଟ୍ରିନା କେବେ ହାତକୁ ଦି’ ହାତ ହେଉଛନ୍ତି ତାହା ଆଗାମୀ ସମୟ ହିଁ କହିବ।

Share