ବାହା ହେବେ କି ସଲମାନ!

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ବ୍ୟାଚେଲର ସଲମାନ ଖାଁଙ୍କୁ ନିଜର କରିବାକୁ ଅନେକ ଯୁବତୀ ସ୍ବପ୍ନ ଦେଖନ୍ତି। ହେଲେ ଏହି ନାୟକ ଏବେବି ବିବାହ ନ କରିବା ବେଳେ ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଅତିତରେ ସଲମାନଙ୍କ ନାଁକୁ ଐଶ୍ୱର୍ଯ୍ୟା ରାଏଙ୍କଠାରୁ ଆରମ୍ଭ କରି କ୍ୟାଟ୍ରିନା କୈଫଙ୍କ ପର୍ଯ୍ୟନ୍ତ ଯୋଡି ଦିଆଯାଇଥିଲା। ହେଲେ ସେବେଠାରୁ ଆଜି ପର୍ଯ୍ୟନ୍ତ ସଲମାନ ରହି ଯାଇଛନ୍ତି ଏକା ଏକା। ଏବେ ପୁଣିଥରେ ତାଙ୍କ ବିବାହକୁ ନେଇ ଉଠିଛି ଚର୍ଚ୍ଚା। ସଲମାନ କେତେଜଣ ନୂଆ ନାୟିକା ନାୟକଙ୍କୁ ବଲିଉଡ୍‌ରେ ଏଣ୍ଟ୍ରି କରାଇଥିବା ବେଳେ ସେଥିମଧ୍ୟରୁ ଜଣେ ହେଉଛନ୍ତି ଜରିନ ଖାଁ। ନିକଟରେ ଜରିନ ଏକ ନ୍ୟୁଜ ଓ୍ବେସାଇଟ୍‌କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଏମିତି କିଛି କଥା କହିଛନ୍ତି ଯାହା ପୁଣିଥରେ ସଲମାନଙ୍କ ବିବାହ ଚର୍ଚ୍ଚାକୁ ତାଜା କରି ଦେଇଛି। ଜରିନଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା, ଯେ ତାଙ୍କ ନାଁରେ କ’ଣ ଗସିପ୍‌ ହେଲେ ସେ ବହୁତ ଖୁସି ହେବେ ସେତେବେଳେ ଜରିନ କାଳ ବିଳମ୍ବ ନ କରି କହିଥିଲେ ସଲମାନଙ୍କ ସହ ତାଙ୍କର ବିବାହ ହେଉଥିବା ଗସିପ୍‌ ହେଲେ ସେ ଖୁବ୍‌ ଖୁସି ହେବେ। ଅବଶ୍ୟ ଜରିନ୍‌ ଯେହେତୁ କ୍ୟାଟ୍ରିନାଙ୍କ ଭଳି ଦେଖିବାକୁ ବୋଲି କୁହାଯାଏ ସେଥିପାଇଁ ଯେତେବେଳେ ସଲମାନଙ୍କ ସହ କ୍ୟାଟ୍ରିନାଙ୍କ ଥିବା ସମ୍ପର୍କରେ ବ୍ରେକ୍‌ଅପ୍‌ ହେଲା ସେତେବେଳେ ଚର୍ଚ୍ଚା ହେଉଥିଲା କି ସଲମାନ ବୋଧହୁଏ ଜରିନଙ୍କ ପ୍ରେମରେ ପଡିଛନ୍ତି।

Share