‘ବାହୁବଳୀ ୨’କୁ ପଛରେ ପକାଇଲା ‘ପଠାନ’

ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ଜରିଆରେ ବଡ ପରଦାରେ ଦୃଢ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପଠାନ’ ରୋଜଗାରରେ ବହୁ ରେକର୍ଡ ଭାଙ୍ଗିଛି। ‘ପଠାନ’ ଏବେ ରୋଜଗାର ଦୃଷ୍ଟିରୁ ସାଉଥ ସିନେମାର ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ ୨’କୁ ପଛରେ ପକାଇ ଦେଇଛି।
ପ୍ରସିଦ୍ଧ ସିନେ ସମୀକ୍ଷକ ତରଣ ଆଦର୍ଶ ଶାହରୁଖଙ୍କ ଅଭିନୀତ ‘ପଠାନ’ର ସର୍ବଶେଷ ରୋଜଗାର ଆକଳନ ବିଷୟରେ ସୂଚନା ଦେଇଛନ୍ତି। ତରନ କହିଛନ୍ତି, ଫିଲ୍ମ ‘ପଠାନ’ ରିଲିଜ ହେବାର ୨୫ ଦିନରେ ବକ୍ସ ଅଫିସରେ ୫୧୧.୪୨ କୋଟି ରେକର୍ଡ ଭାଙ୍ଗିଛି। ଏହା ସହିତ ‘ପଠାନ’ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ବାହୁବଳୀ ୨’ର ରେକର୍ଡ ଭାଙ୍ଗିଛି। ‘ବାହୁବଳୀ ୨’ ବକ୍ସ ଅଫିସରେ ୫୧୦.୯୯ କୋଟି ସଂଗ୍ରହ କରିଥିଲା।
କେବଳ ‘ବାହୁବଳୀ ୨’ ନୁହେଁ, ରୋଜଗାର ଦୃଷ୍ଟିରୁ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ସାଉଥ ସିନେମାର ବ୍ଲକବଷ୍ଟର ଫିଲ୍ମ କେଜିଏଫ ୨, ଆରଆରଆର, ଟାଇଗର ଜିନ୍ଦା ହୈ, ଦଙ୍ଗଲ ଏବଂ ଓ୍ବାର ଭଳି ଫିଲ୍ମକୁ ଅତିକ୍ରମ କରିଛି।

Share