Categories: ଜାତୀୟ

ବାୟୁସେନାରେ ସାମିଲ୍‌ ହେବ ‘ଅସ୍ତ୍ର’ କ୍ଷେପଣାସ୍ତ୍ର: ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୨୯।୯: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର କ୍ଷେପଣାସ୍ତ୍ର ଖୁବ୍‌ ଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍‌ ହେବାକୁ ଯାଉଛି। ଆକାଶରୁ ଆକାଶ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ ନେଇ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି। ୧୫ ବର୍ଷ ଧରି ବିଭିନ୍ନ ଗବେଷଣା କରାଯାଇ ଡିଆର୍‌ଡ଼ିଓ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି। ୩.୭ ମିଟର ଲମ୍ବ ଏହି କ୍ଷେପଣାସ୍ତ୍ରର ଓଜନ ୧୫୪ କିଲୋଗ୍ରାମ୍‌ ରହିଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୧୧୦ କିଲୋମିଟର ରହିଛି। ଏହାକୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ଯୋଜନା ରହିଛି। ଭାରତୀୟ ବାୟୁସେନା ସୁଖୋଇ-୩୦ ଏମ୍‌କେଆଇରେ ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ ସହଜରେ ବ୍ୟବହାର କରିପାରିବ। ଏଥିପାଇଁ ଅଗାମୀ ଦିନରେ ବାୟୁସେନା ପକ୍ଷରୁ ଡିଆର୍‌ଡିଓକୁ ୨ଶହ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ଠିକା ଦେବ ବୋଲି କୁହାଯାଉଛି।

Share