Categories: ଜାତୀୟ

ବାୟୁସେନାର ପରାକ୍ରମ: ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଏମ୍‌ଆଇ-୧୭ ଦ୍ୱାରା ୧୧ ହଜାର ୫ଶହ ଫୁଟ ଉଚ୍ଚରୁ ତଳେ ଓହ୍ଲାଇଲା

ଡେରାଡୁନ୍‌,୨୭।୧୦: ଭାରତୀୟ ବାୟୁସେନା ଏକ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟରକୁ ୧୧ ହଜାର ୫ଶହ ଫୁଟ ଉଚ୍ଚରୁ ତଳେ ଓହ୍ଲାଇ ନିଜର ପରାକ୍ରମ ଦେଖାଇଛି। ୟୁଟି ଏୟାର ପ୍ରାଇଭେଟ୍‌ ଲିମିଟେଡ୍‌ର ଏକ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ସୁରକ୍ଷିତ ଭାବେ କେଦାରନାଥ ହେଲିପ୍ୟାଡ୍‌ରେ ଓହ୍ଲାଇଛି। କମ୍ପାନୀ ପକ୍ଷରୁ ଏନେଇ ବାୟୁସେନାକୁ ଅନୁରୋଧ କରାଯାଇଥିଲା। ବାୟୁସେନା ପକ୍ଷରୁ ଏମ୍‌ଆଇ-୧୭ର ୫-ବି ୟୁନିଟ୍‌ର ଦୁଇଟି ବିମାନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟ ,ବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share