ଗାଜିଆବାଦ୍,୮।୧୦: ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦ୍ର ହିଣ୍ଡେନ୍ ବାୟୁସେନା ଏୟାର ବେସ୍ରେ ଏୟାର ଚିଫ୍ ମାର୍ଶାଲ ରାକେଶ କୁମାର ସିଂ ଭଦୌରିୟା, ସେନା ପ୍ରମୁଖ ବିପିନ ରାଓ୍ବତ ଏବଂ ନୌସେନା ମୁଖ୍ୟ କରମବୀର ସିଂଙ୍କ ଉପସ୍ଥିତରେ ଉଦ୍ଘାଟିତ ହୋଇଛି। ଏହି ଅବସରରେ ଚିନୁକ୍, ଆପାଚେ, ଜାଗୁଆର, ବିସନ, ମିଗ୍-୨୯, ମିରେଜ୍-୨୦୦୦ ଏବଂ ଏସ୍ୟୁ-୩୦ ଏମ୍କେଆଇ ଯୁଦ୍ଧ ଜେଟ୍ ବିମାନ ଚିତାକର୍ଷକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ୧୯୩୨ ଅକ୍ଟୋବର ୮ରେ ବ୍ରିଟିଶ୍ ଶାସନ ସମୟରେ ଭାରତୀୟ ବାୟୁସେନା ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ ଭାବେ ପ୍ରତିଷ୍ଠା ହୋଇଥିଲା। ପରେ ୧୯୫୦ରେ ଏହା ଭାରତୀୟ ବାୟୁସେନା ଭାବେ କାର୍ଯ୍ୟ ଆରମ୍ଭ କରିଥିଲା।