Categories: ଜାତୀୟ

ବାୟୁସେନା ଦିବସ: ନ୍ୟାଶନାଲ ଓ୍ବାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଦେଲେ ୩ ସେନାମୁଖ୍ୟ

ନୂଆଦିଲ୍ଲୀ,୮।୧୦: ବାୟୁସେନା ଦିବସ ଅବସରରେ ମଙ୍ଗଳବାର ସେନାମୁଖ୍ୟ ଜେନରାଲ ବିପିନ ରାଓ୍ବତ, ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୌରିଆ ଓ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ନ୍ୟାଶନାଲ ଓ୍ବାର ମେମୋରିଆଲରେ ପୁଷ୍ପଗୁଚ୍ଛ ଦେଇ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ୮୭ ତମ ବାୟୁସେନା ଦିବସ ଅବସରରେ ବାୟୁସେନା ପକ୍ଷରୁ ବୀର ଶହୀଦ ଓ ତାଙ୍କ ପରିବାରକୁ ଟୁଇଟ୍‌ କରି ଅଭିବାଦନ ଦିଆଯାଇଛି।

Share