Categories: ଖେଳ

ବାୟୁସେନା ପାଇଲଟଙ୍କ ସହ ସମୟ ବିତାଇଲେ ଭାରତୀୟ କ୍ରିକେଟର

ନାଗପୁର,୧୦।୧୧(ପି.ଟି.)- ଏଠାରେ ରବିବାର ଖେଳାଯିବାକୁ ଥିବା ସିରିଜ ନିର୍ଣ୍ଣାୟକ ମ୍ୟାଚ୍‌ ପୂର୍ବରୁ ଭାର୦ତୀୟ କ୍ରିକେଟରମାନେ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ ଟିମ ସହ କିଛି ସମୟ ଅତିବାହିତ କରିଛନ୍ତି। ନାଲି ୟୁନିଫର୍ମ ସହ ପାଇଲଟମାନେ ଶିଖର ଧାଓ୍ବନ, ରିଷଭ ପନ୍ତ ଓ ମନୀଷ ପାଣ୍ଡେଙ୍କ ସହ ପାଖାପାଖି ଏକ ଘଣ୍ଟା ଅତିବାହିତ କରିଥିଲେ। ଏହି ଅବସରରେ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀଙ୍କୁ ଏକ ସ୍ମରଣିକା ପ୍ରଦାନ କରିଥିଲେ। ଏଠାରେ ‘ଏୟାର ଫେଷ୍ଟ-୨୦୧୯’ ଚାଲୁଥିବାରୁ କ୍ରିକେଟର ଓ ପାଇଲଟଙ୍କ ମିଳନପର୍ବ ସ୍ବତନ୍ତ୍ର ଭାବେ ଆୟୋଜନ କରାଯାଇଥିଲା।

Share