Categories: ଜାତୀୟ

ବାୟୁସେନା ହେଲିକପ୍ଟର ଖସାଇବା ଘଟଣା: କୋର୍ଟ ମାର୍ଶାଲର ସମ୍ମୁଖୀନ ହେବେ ୨ ଅଧିକାରୀ

ନୂଆଦିଲ୍ଲୀ, ୧୫ା୧୦: ଗତ ଫେବୃୟାରୀ ୧୭ରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟରକୁ ଅଜାଣତରେ ମିଶାଇଲ ମାଡ଼ କରି ଖସାଇବା ଘଟଣାରେ ୨ ଅଧିକାରୀ କୋର୍ଟ ମାର୍ଶାଲର ସମ୍ମୁଖୀନ ହେବେ। ଏନେଇ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭାଦୌରିଆ ପ୍ରକାଶ କରିଛନ୍ତି। ଏଥିସହ ଅନ୍ୟ ୪ କର୍ମଚାରୀଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରୁଷିଆ ନିର୍ମିତ ଏମ୍‌ଆଇ-୧୭ ହେଲିକପ୍ଟରକୁ ପାକିସ୍ତାନର ଭାବି ବାୟୁସେନା ପକ୍ଷରୁ ମିଶାଇଲ ମାଡ଼ କରାଯାଇଥିଲା। ହେଲିକପ୍ଟରଟି ଧ୍ୱଂସ ପାଇଯାଇଥିବାବେଳେ ଏଥିରେ ଥିବା ୬ ଭାରତୀୟ ଯବାନ ପ୍ରାଣ ହରାଇଥିଲେ। ଏହା ଏକ ତ୍ରୁଟି ଥିଲା ବୋଲି ପୂର୍ବରୁ ବାୟୁସେନା ମୁଖ୍ୟ ପ୍ରକାଶ କରିଥିଲେ।

Share