Categories: ଜାତୀୟ

‘ବାୟୁ’ ପାଇଁ ଭୟ ନାହିଁ ଘରକୁ ଫେରିି ପାରିବେ ସୁରକ୍ଷିତ ସ୍ଥାନରେ ଥିବା ଲୋକେ: ରୂପାନି

ଗାନ୍ଧୀନଗର,୧୪।୬: ସାମୁଦ୍ରିକ ଝଡ଼ ‘ବାୟୁ’ ଏବେ ଆଉ ଗୁଜରାଟ ପ୍ରତି ବିପଦ ସୃଷ୍ଟି କରିବ ନାହିଁ। ଏହା ତା’ର ଦିଗ ବଦଳାଇ ସାରିଛି। ଏହା ପଶ୍ଚିମ ମୁହାଁ ହୋଇଥିବାରୁ ଏବେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିବା ଲୋକେ ନିଜ ନିଜ ଘରକୁ ଫେରି ପାରିବେ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କହିଛନ୍ତି। ଶୁକ୍ରବାର ବରିଷ୍ଠ ଅଧିକାରୀଙ୍କ ସହ ବସିଥିବା ଏକ ବୈଠକ ପରେ ରୂପାନି ସୁରକ୍ଷିତ ସ୍ଥାନରେ ଥିବା ପ୍ରାୟ ୨.୭୫ ଲକ୍ଷ ଲୋକଙ୍କୁ ନିଜ ନିଜ ଘରକୁ ଫେରି ଆସିବାକୁ କହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Share