ନୂଆଦିଲ୍ଲୀ,୧୪।୬: ସାମୁଦ୍ରିକ ଝଡ଼ ‘ବାୟୁ’ ପ୍ରଭାବରେ ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବ କିନ୍ତୁ ମୌସୁମୀ ଉପରେ ପଡିଛି। ମୌସୁମୀ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ପହଞ୍ଚିବ ବୋଲି ଅନୁମାନ କରିଛି ଜାତୀୟ ପାଣିପାଗ ବିଭାଗ। ଏବେ ‘ବାୟୁ’ ଓମାନ ଅଭିମୁଖେ ଯାଉଥିବା ଜଣାପଡିଛି। ଆଇଏମ୍ଡିର ବୈଜ୍ଞାନିକଙ୍କ ସୂଚନା ମୁତାବକ ‘ବାୟୁ’ ଭଳି ସାମୁଦ୍ରିକ ଝଡ଼ ପ୍ରକୃତିର ବହୁ ଶକ୍ତି ଟାଣି ନେଇଥାଏ। ଫଳରେ ଏହା ମୌସୁମୀର ଗତି ଉପରେ ପ୍ରଭାବ ପକାଇଥାଏ। ତେଣୁ ଏହାଯୋଗୁ ଜୁନ୍ ମାସରେ ୫୦ ପ୍ରତିଶତ କମ୍ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ।