Categories: ଫୁରସତ

ବାୟୋନିକ ହାତ ଦେଇଛି ନୂଆ ଜୀବନ

ଆଠ ବର୍ଷ ବୟସର ଫ୍ରେଡି ପେନ୍‌। ଜନ୍ମରୁ ତାଙ୍କର ଡାହାଣ ହାତ ନ ଥିଲା। ତେଣୁ ବିଭିନ୍ନ କାମ ପାଇଁ ତାଙ୍କୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା। ନା ପ୍ରିୟ ସ୍କୁଟର ଚଳାଇପାରୁ ଥିଲେ ନା ଦୁଇ ହାତରେ ପ୍ରିୟ ହାମବର୍ଗରକୁ ଧରି ଖାଇପାରୁ ଥିଲେ। ଏହି ଅବସ୍ଥା ଦେଖି ମା’ ସୁଜି ଫ୍ରେଡିଙ୍କୁ ପ୍ରୋସ୍ଥେଟିକ ହାତ ଲଗାଇଥିଲେ। ହେଲେ ତାହା ହାତ ଭଳି ଚଳାଚଳ କରି ପାରୁ ନ ଥିଲା। ତେଣୁ ବିଶେଷ ଉପକାର ମିଳୁ ନ ଥିଲା। ଶେଷରେ ଅଷ୍ଟମ ଜନ୍ମଦିନରେ ସୁଜି ପୁଅ ଫ୍ରେଡିଙ୍କୁ ଦେଲେ ଏମିତି ଏକ ଉପହାର ଯାହା ତା’ର ଜୀବନ ବଦଳେଇ ଦେଲା। ତାହା ଥିଲା ବାୟୋନିକ ‘ହିରୋ ଆର୍ମ’। ଏହି ବାୟୋନିକ ହାତ ମଣିଷ ହାତ ଭଳି କାମ କରିପାରେ। ତା’ସହ ଏହା ବହୁତ ହାଲ୍‌କା ମଧ୍ୟ। ଉକ୍ତ ହାତ ପାଇବା ପରେ ଫ୍ରେଡି ବହୁତ ଖୁସି ହୋଇଯାଇଥିଲେ। ଆଉ ସେଦିନ ସେ ଆଗରୁ ଦୁଇ ହାତରେ ଯାହାସବୁ କରିବାକୁ ଇଚ୍ଛା ରଖିଥିଲେ କରିଥିଲେ। ସୂଚନାଯୋଗ୍ୟ ଯେ, ବାୟୋନିକ ହିରୋ ଆର୍ମ ଲଗାଇବାରେ ଫ୍ରେଡି ହେଉଛନ୍ତି ସର୍ବ କନିଷ୍ଠ।

Share