ବାୟୋପିକରେ ବିଦ୍ୟା

ମୁମ୍ବାଇ: ପାଖାପାଖି ଦେଢ ବର୍ଷ ପରେ ବଲିଉଡ୍‌କୁ ଫେରିଥିବା ନାୟିକା ବିଦ୍ୟା ବଲାନଙ୍କ ହାତରେ ଏବେ ଅଫର ଉପରେ ଅଫର୍‌। ଅଗଷ୍ଟ ୧୫ରେ ତାଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହେଉଥିବା ବେଳେ ଏବେ ସେ ତାଙ୍କ ପରବର୍ତ୍ତି ଫିଲ୍ମ ପାଇଁ ଲଣ୍ଡନ ପହଞ୍ଚି ସାରିଲେଣି। କେବଳ ହିନ୍ଦୀ ନୁହେଁ ସାଉଥ୍‌ ଇଣ୍ଡଷ୍ଟ୍ରିରେ ମଧ୍ୟ ବିଦ୍ୟାଙ୍କର ଭଲ ଡିମାଣ୍ଡ ରହିଛି। ଏଥର ବିଦ୍ୟା ଏକ ବାୟୋପିକରେ କାମ କରିବେ ବୋଲି ଶୁଣିବାକୁ ମିଳିଛି। ପୂର୍ବରୁ ଏମିତି ଖବର ଆସିଥିଲେ ମଧ୍ୟ ଏବେ କିନ୍ତୁ ଏହି ବାୟୋପିକର ଶୁଟିଂ ପାଇଁ କୁଆଡେ ବିଦ୍ୟା ଲଣ୍ଡନ ଯାଇଥିବା କୁହାଯାଉଛି। ଏଥର ହ୍ୟୁମାନ କମ୍ପ୍ୟୁଟର ଭାବେ ପରିଚିତ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ବାୟୋପିକରେ ବିଦ୍ୟା ମୁଖ୍ୟ ଭୂମିକାରେ ଆସିବେ ବୋଲି ଜଣାପଡିଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହାର ଶୁଟିଂ ଆରମ୍ଭ ହେବାକୁ ଥିବା ବେଳେ ଏହାର କିଛି ଅଂଶ ଲଣ୍ଡନରେ ଓ ବାକି ଅଂଶ ମୁମ୍ବଇରେ ଶୁଟିଂ କରାଯିବ ବୋଲି ଜଣାପଡିଛି। ଏପ୍ହାପରେ ବିଦ୍ୟା ଏନ୍‌୍‌ଟି ରାମାରାଓଙ୍କ ବାୟୋପିକରେ କାମ କରିବେ ବୋଲି କୁହାଯାଉଛି।

Share