Categories: ଖେଳ

ବାୟୋପିକ୍‌ରେ ଏହି ଅଭିନେତାଙ୍କୁ ନିଜ ଚରିତ୍ରରେ ଦେଖିବାକୁ ଚାହାନ୍ତି ଗାଙ୍ଗୁଲି

ବିସିସିଆଇ ଅଧ୍ୟକ୍ଷ ହେବା ପରେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଥମୁନି। କ୍ରିକେଟରେ ନୂଆ ନୂଆ ସଂସ୍କାର ଆଣିବା ପାଇଁ ଲାଗିପଡିଛନ୍ତି ଦାଦା। ଏସବୁ ଭିତରେ ଗାଙ୍ଗୁଲିଙ୍କ ବାୟୋପିକ୍‌ ଫିଲ୍ମ ନିର୍ମାଣ ହେବ ବୋଲି ଆଲୋଚନା ଚାଲିଛି। ଏନେଇ ସେ କହିଛନ୍ତି, ଯଦି ମୋ ଉପରେ ଫିଲ୍ମ ନିର୍ମାଣ ହୁଏ ତେବେ ଅଭିନେତା ହ୍ରିତିକ୍‌ ରୋଶନଙ୍କୁ ନିଜ ଚରିତ୍ରରେ ଦେଖିବାକୁ ଚାହିଁବି। କାରଣ ତାଙ୍କ ଅଭିନୟ ମୋତେ ଖୁବ୍‌ ପ୍ରଭାବିତ କରିଛି। ଖାସ୍‌ ଭାବେ ସୁପର୍‌-୩୦ ଫିଲ୍ମରେ ତାଙ୍କ ଦମଦାର୍‌ ଅଭିନୟ ବେଶ୍‌ ଉଚ୍ଚକୋଟୀର ଥିଲା। ନିକଟରେ ଏକ ଟକ୍‌ ଶୋ’ରେ ଗାଙ୍ଗୁଲି ଏହି ପ୍ରତିକ୍ରିୟା ଦେଇଛନ୍ତି। ଏବେ ବଲିଉଡରେ ବିଭିନ୍ନ କିମ୍ପଦନ୍ତୀ ଖେଳାଳିଙ୍କ ଉପରେ ବାଓପିକ୍‌ ନିର୍ମାଣ କରାଯାଇଛି। ଏମଏସ ଧୋନୀ, ମହମ୍ମଦ ଆଜାରୁଦ୍ଦିନ୍‌, ମିଲଖା ସିଂ, ମେରିକମ୍‌ ଓ କପିଳ ଦେବଙ୍କ ଉପରେ ସିନେମା ନିର୍ମାଣ କରାଯାଇଛି।

Share