Categories: ଜାତୀୟ

ବାୟୋମେଟ୍ରିକ୍ସ ଉପସ୍ଥାନକୁ ବାରଣ କଲା ଏନ୍‌ଜିଟି

ନୂଆଦିଲ୍ଲୀ,୯।୩: କରୋନା ଭାଇରସ ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଦିଲ୍ଲୀର ପ୍ରାୟ ସମସ୍ତ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ସ ଉପସ୍ଥାନକୁ ବାରଣ କରିଥିବା ଜଣାପଡିଛି। ଏହା ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ବାୟୋମେଟ୍ରିକ୍ସ ଉପସ୍ଥାନକୁ ବାରଣ କରି ଏକ ଆଡଭାଇଜରି ଜାରି କରିଥିଲେ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାୟୋମେଟ୍ରିକ୍ସ ବଦଳରେ ମାନୁଆଲ ଉପସ୍ଥାନ ପାଇଁ ଏନ୍‌ଜିଟି କହିଛନ୍ତି। ସୂଚନାଯୋଗ୍ୟ, ଦେଶରେ ଏବେ ସୁଦ୍ଧା ୪୦ ଜଣ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ କେରଳରେ ସବୁଠାରୁ ଅଧିକ ସଂକ୍ରମିତ ରହିଥିବା କୁହାଯାଉଛି।

Share