ବିଇଡି ପରୀକ୍ଷା ଘୁଞ୍ଚାଇବା ନେଇ କୁଳସଚିବଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୮ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଇଡି ମହାବିଦ୍ୟାଳୟଗୁଡିକର ଦ୍ୱିତୀୟ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି ହୋଇଛିା ଏନେଇ ଶନିବାର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଇଡି କଲେଜ ଛାତ୍ରୀଛାତ୍ରମାନେ କୁଳସଚିବ ରଞ୍ଜନ ବିଶ୍ୱାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଗଷ୍ଟ ୫ ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଇଡି ପରୀକ୍ଷା କରାଯିବାକୁ ବିଶ୍ୱବିଦ୍ୟାଳୟ ନିଷ୍ପିତ୍ତି ନେଇଛି ା କିନ୍ତୁ ଏକା ସମୟ ଅର୍ଥାତ୍‌ ଆସନ୍ତା ୫ ରୁ ୧୪ତାରିଖ ପର୍ଯ୍ୟନ୍ତ ଓଟିଇଟି ପରୀକ୍ଷା ହେବା ନେଇ ସୂଚନା ମିଳିଛି ା
୪ ଦିନରେ ଏକା ସମୟରେ ବିଇଡି ଓ ଓଟିଇଟିର ପରୀକ୍ଷା ରହୁଛି। ଫଳରେ ଛାତ୍ରୀଛାତ୍ରମାନେ ଦ୍ୱନ୍ଦ୍ୱରେ ପଡିଥିବା ସେମାନେ କହିଛନ୍ତି ା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବିଇଡି ପରୀକ୍ଷା ଅନୁଷ୍ଠିତ ହେଲେ ଅନେକ ଛାତ୍ରୀଛାତ୍ର ଓଟିଇଟିରୁ ବଞ୍ଚିତ ହେବେ ବୋଲି ଛାତ୍ରୀଛାତ୍ରମାନେ କୁଳସଚିବ ରଞ୍ଜନ ବିଶ୍ୱାଳ ଓ ପରୀକ୍ଷା ନିୟନ୍ତ୍ରକ ସୁରେନ୍ଦ୍ର ସେଠୀଙ୍କୁ ଜଣାଇଛନ୍ତି ା ଏହାକୁ ଦୃଷ୍ଟିରେ ରଖି ବିଇଡି ଦ୍ୱିତୀୟ ବର୍ଷ ପରୀକ୍ଷାକୁ ଘୁଞ୍ଚାଇବାକୁ ସେମାନେ ଦାବି କରିଛନ୍ତି। ପରୀକ୍ଷା ନିୟନ୍ତ୍ରଣ କମିଟି ସହ ଏନେଇ ଆଲୋଚନା କରାଯାଇ ଅଗଷ୍ଟ ୧ ସୁଦ୍ଧା ତାରିଖ ଘୁଞ୍ଚାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ସେଠୀ ସୂଚାଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଡିଏସ୍‌ଓ ରାଜ୍ୟ ଉପସଭାପତି ସୋମନାଥ ବେହେରାଙ୍କ ସମେତ କନିଷିର ଦିବାକର ପଟ୍ଟନାୟକ ବିଇଡି କଲେଜ, ଫୁଲବାଣୀ ଜିଟିଟିସି ବିଇଡି କଲେଜ, କଳିଙ୍ଗା ବିଇଡି କଲେଜ, କୋରାପୁଟ ବିିିଇଡି କଲେଜ, ଭଞ୍ଜନଗର ବିଇଡି କଲେଜ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ା

Share