Categories: ଜାତୀୟ

ବିଏଚ୍‌ୟୁରେ ‘ଭୂତ ବିଦ୍ୟା’ ଉପରେ ଆରମ୍ଭ ହେବ ୬ ମାସିଆ ପାଠ୍ୟକ୍ରମ

ବାରାଣସୀ,୨୫।୧୨: ବିଏଚ୍‌ୟୁରେ ଖୁବ୍‌ ଶୀଘ୍ର ‘ଭୂତ ବିଦ୍ୟା’ ଉପରେ ୬ ମାସିଆ ପାଠ୍ୟକ୍ରମ ଆରମ୍ଭ ହେବ। ଲୋକମାନଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ୱାସକୁ କିପରି ଦୂର କରାଯାଇପାରିବ ତାହା ଏହି ପାଠ୍ୟକ୍ରମର ଲକ୍ଷ୍ୟ ବୋଲି କୁହାଯାଉଛି। ଏହି ପାଠ୍ୟକ୍ରମରେ କେଉଁ କେଉଁ ବିଷୟ ସ୍ଥାନୀତ ହେବ ତାହାର ଏକ ସିଲାବସ୍‌ ପ୍ରଫେସର ବି.କେ. ଦ୍ୱିବେଦୀଙ୍କ ସହାୟତାରେ ପ୍ରସ୍ତୁତ କରାଯାଇଛି। ୨୦୨୦ ଜାନୁୟାରୀଠାରୁ ଏହି ପାଠ୍ୟକ୍ରମ ଉପରେ ଶିକ୍ଷାଦାନ ଆରମ୍ଭ କରାଯିବ ବୋଲି ବିଏଚ୍‌ୟୁ ପକ୍ଷରୁ ଜଣାପଡ଼ିଛି।

Share