ନୂଆଦିଲ୍ଲୀ,୨୧।୪: ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆର ସଭାପତି ତଥା ସିଇଓ ରୁଦ୍ରତେଜ ସିଂଙ୍କର ସୋମବାର ପରଲୋକ ଘଟିଛି। ତାଙ୍କୁ ୪୬ ବର୍ଷ ହୋଇଥିଲା। ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଏବଂ ମାନବବାଦୀ ଭାବେ ସେ ସର୍ବଦା ମନେ ରହିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ତାଙ୍କ ଶୋକ ସନ୍ତପ୍ତ ପରିବାରକୁ କମ୍ପାନୀ ପକ୍ଷରୁ ସମବେଦନା ପ୍ରଦାନ କରାଯାଇଛି। ୨୦୧୯ ଅଗଷ୍ଟ ପହିଲାରେ ସିଂ ବିଏମ୍ଡବ୍ଲ୍ୟୁ ସହ ଯୋଡ଼ିହୋଇଥିଲେ। ଚ୍ୟାଲେଞ୍ଜିଂ ବାଣିଜି୍ୟକ ପରିବେଶରେ ତାଙ୍କର ଯୋଜନା ଏବଂ କୌଶଳ କମ୍ପାନୀ ଲାଗି ବେଶ୍ ଉପାଦେୟ ହୋଇପାରିଛି। ଦେଶରେ ଡିଲରନେଟ୍ଓ୍ବର୍କ ସମ୍ପ୍ରସାରଣ ବେଳେ ହଠାତ୍ ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ବିଏମ୍ଡବ୍ଲ୍ୟୁ ଇଣ୍ଡିଆ ପରିବାରରେ ଶୋକର ଛାୟା ଖେଳାଇଦେଇଛି। ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆର ମୁଖ୍ୟ ବିତ୍ତ ଅଧିକାରୀ ଆର୍ଲିଣ୍ଡୋ ଟେକ୍ସୈରାଙ୍କୁ ଅନ୍ତରୀଣ ସମୟ ଲାଗି ଦାୟିତ୍ୱ ପ୍ରଦାନ କରାଯାଇଛି।