Categories: ଫୁରସତ

ବିଏମ୍‌ଡବ୍ଲ୍ୟୁ, ମର୍ସିିଡିଜ୍‌କୁ ପଛରେ ପକାଇଦେବ ଏହି ଜେସିବି, ଘଣ୍ଟା ପ୍ରତି ବେଗ କେତେ ଜାଣନ୍ତୁ…

ଜେସିବିର ବ୍ୟବହାର ପ୍ରାୟ ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ। ଏହା ଖୁବ୍‌ ଧୀର ଗତିରେ ଚାଲିଥାଏ ବୋଲି ଜାଣିଛେ। କିନ୍ତୁ ମାର୍ଟିନ୍‌ ନାମକ ଜଣେ ବ୍ୟକ୍ତି ଜେସିବିକୁ ଏତେ ଦ୍ରୁତଗତିରେ ଚଳାଇଛନ୍ତି ଯେ, ବିଏମ୍‌ଡବ୍ଲ୍ୟୁ ଏବଂ ମର୍ସିଡିଜ୍‌ ବି ପଛରେ ପଡ଼ିଯିବେ। ମାର୍ଟିନ୍‌ ଜେସିବିକୁ ଘଣ୍ଟାପ୍ରତି ୨୧୭ କିମି ବେଗରେ ଚଳାଇ ଗିନିଜ୍‌ ରେକର୍ଡ ସୃଷ୍ଟି କରିଛନ୍ତି।
ଗିନିଜ୍‌ ବୁକ୍‌ର ଓ୍ବେବ୍‌ସାଇଟ୍‌ରୁ ଜଣାପଡ଼ିଛି, ଏହାକୁ ଚଳାଉଥିବା ଡ୍ରାଇଭର ବିଶ୍ୱରେ ସବୁଠୁ ଦ୍ରୁତ ବେଗରେ ଜେସିବି ଚଲାଇ ରେକର୍ଡ କରିବାକୁ ଚାହୁଁଥିଲେ। ମାର୍ଟିନ୍‌ କହିଛନ୍ତି, ଟର୍ନିଂରେ ସେ ଗାଡ଼ିକୁ ଜୋର୍‌ରେ ବୁଲାନ୍ତି ନାହିଁ। କାରଣ ଏହାର ଏକ୍ସେଲ୍‌ ପଛରେ ରହିଛି। ଏଥିପାଇଁ କେବଳ ଗିୟର ଶିପ୍ଟିଂକୁ ନିଜର ଫୋକସ୍‌ ରଖିଥିଲେ।

Share