ବିଏମ୍‌ସିର ଅଳିଆବୁହା ଗାଡ଼ିକୁ ୩୨,୫୦୦ ଟଙ୍କା ଜରିମାନା

ଭୁବନେଶ୍ୱର,୩।୩(ବ୍ୟୁରୋ): ରାଜ୍ୟରେ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରାଯାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମହାନଗର ନିଗମ (ବିଏମ୍‌ସି)ର ୨ ଗାଡ଼ିକୁ ୩୨ ,୫୦୦ ଟଙ୍କା ଜରିମାନା କରାଯାଇଛି। ମଙ୍ଗଳବାର ରଘୁନାଥପୁର ପୋଲ ଉପରେ ଯାଞ୍ଚ ସମୟରେ ବିଏମ୍‌ସିର ୨ଟି ଅଳିଆବୁହା ଗାଡିକୁ ଆର୍‌ଟିଓ ସ୍ବାଡ୍‌ ଧରିଛନ୍ତି।
ବୀମା, ପଲ୍ୟୁଶନ, ପର୍‌ମିଟ ପାଇଁ ଗୋଟିଏ ଗାଡିକୁ ୨୨ ହଜାର ଏବଂ ଅନ୍ୟ ଏକ ଗାଡିକୁ ପଲ୍ୟୁଶନ ଓ ସାଧାରଣ ଅପରାଧ ପାଇଁ ୧୦,୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡିଥିବା ସୂଚନା ମିଳିଛି।

Share