ବିଏମ୍‌ସିର ଦୁଇ ଟ୍ରକ୍‌କୁ ୩୩ ହଜାର ଜରିମାନା

ଭୁବନେଶ୍ୱର,୪।୩(ବ୍ୟୁରୋ): ସୋମବାର ସିଆର୍‌ପିଏଫ୍‌ ଛକରେ ଯାଞ୍ଚ୍‌ବେଳେ ଘରୋଇ ଶିକ୍ଷାନୁଷ୍ଠାନର ଦୁଇ ବସ୍‌କୁ ଜବତ କରାଯିବା ସହ ୫୨ ହଜାର ୫ଶହ ଟଙ୍କା ଜରିମାନା କରିଥିଲା ଆର୍‌ଟିଓ। ମଙ୍ଗଳବାର ଆରଟିଓ-୨ ପକ୍ଷରୁ ପଟିଆ ରଘୁନାଥପୁର ଛକ ନିକଟରେ ଯାଞ୍ଚ ସମୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଦୁଇଟି ଅଳିଆ ବୋଝେଇ ଟ୍ରକ୍‌ ଉପରେ ୩୩ ହଜାର ଟଙ୍କା ଜରିମାନା କରାଯାଇଛି। ଗାଡି ନଂ.ଓଆର୧୯ଡି୮୩୧୬କୁ ୨୨ ହଜାର ୫ଶହ ଟଙ୍କା ଜରିମାନା ହୋଇଛି। ମୋଟରଯାନ ଆଇନ ଧାରା ୧୭୭ ଅନୁସାରେ ସାଧାରଣ ଉଲ୍ଲଂଘନ ପାଇଁ ୫ଶହ ଟଙ୍କା, ଧାରା ୧୯୦(୨)ଏୟାର ପଲ୍ୟୁଶନ ପାଇଁ ୧୦ ହଜାର ଟଙ୍କା, ଧାରା ୧୯୨(ଏ) ବିନା ପରମିଟ୍‌ରେ ଗାଡି ଗଡୁଥିବାରୁ ୧୦ ହଜାର ଟଙ୍କା, ଧାରା ୧୯୬ ଅନୁସାରେ ଇନ୍ସୁରାନ୍ସ ନ ଥିବାରୁ ୨ହଜାର ଟଙ୍କା ଜରିମାନା କରାଯାଇଛି। ସେହିପରି ଅନ୍ୟଏକ ଟ୍ରକ୍‌ର ପଲ୍ୟୁଶନ ନ ଥିବା ଓ ସାଧାରଣ ନିୟମ ଉଲ୍ଲଂଘନ ପାଇଁ ପାଇଁ ୧୦ ହଜାର ୫ଶହ ଟଙ୍କା ଜରିମାନା କରାଯାଇଛି।

Share