ବିଏଲ୍‌ଏ ଆତଙ୍କବାଦୀ ସଂଗଠନ : ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୪ା୭(ପି.ଟି.): ବେଲୁଚିସ୍ତାନ ଲିବରେଶନ ଆର୍ମି (ବିଏଲ୍‌ଏ)କୁ ଆମେରିକା ବିଶ୍ୱ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି। ବେଲୁଚିସ୍ତାନରେ ପାକିସ୍ତାନୀ ଶାସନକୁ ବିରୋଧ କରୁଥିବା ଏହି ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଆମେରିକାର ଘୋଷଣାକୁ ଅଯଥାର୍ଥ ବୋଲି କହିଛି। ୨୦୦୬ରେ ପାକିସ୍ତାନ ବିଏଲ୍‌ଏକୁ ନିଷିଦ୍ଧ ଘୋଷଣା କରିବା ସହ ଏହାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକାକୁ ଅନୁରୋଧ କରିଥିଲା।
ବିଏଲ୍‌ଏ ଏକ ସଶସ୍ତ୍ର ବିଚ୍ଛିନ୍ନତାବାଦୀ ସଂଗଠନ ଯାହା ବାଲୋଚ ଅଞ୍ଚଳରେ ସୁରକ୍ଷା ବଳକୁ ଟାର୍ଗେଟ କରିଥାଏ। ଉକ୍ତ ସଂଗଠନର ଆତଙ୍କବାଦୀଙ୍କୁ ଆମେରିକାରେ କେହି ସହାୟତା କଲେ ଅପରାଧ ଭାବେ ଧରାଯିବ। ଆମେରିକାରେ ଏହାର କୌଣସି ସମ୍ପତ୍ତି ଥିଲେ ତାକୁ ବାଜ୍ୟାପ୍ତ କରାଯିବ ବୋଲି ପରରାଷ୍ଟ୍ର ବିଭାଗ କହିଛି।

Share