ବିଏସ୍‌ଏନ୍‌ଏଲ୍‌, ଏମ୍‌ଟିଏନ୍‌ଏଲ୍‌କୁ ମିଳିପାରେ ୭୪ହଜାର କୋଟିର ପ୍ୟାକେଜ ପ୍ରସ୍ତାବ

ନୂଆଦିଲ୍ଲୀ,୪-୭: ଭାରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)କୁ ୭୪ ହଜାର କୋଟି ଟଙ୍କାର ସହାୟତା ପ୍ୟାକେଜ ଦେବାକୁ ପ୍ରସ୍ତାବ ଦିଆଯିବା ପରେ କେନ୍ଦ୍ର ସରକାର ଏହାର ବିଚାର କରୁଛନ୍ତି। ଉଭୟ କମ୍ପାନୀର ପ୍ରାୟ ଲକ୍ଷାଧିକ କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଦେବା ଲାଗି ଉଦ୍ଦିଷ୍ଟ ଏକ ଲୋଭନୀୟ ପ୍ୟାକେଜ ମଧ୍ୟ ଏହି ସହାୟତା ମଧ୍ୟରେ ସାମିଲ ହେବ। ଏଥିରେ ଅତିରିକ୍ତ ୫% କ୍ଷତିପୂରଣ(ଏକ୍ସଗ୍ରାସିଆ) ମଧ୍ୟ ସାମିଲ ହେବ। ଏହାବ୍ୟତୀତ କମ୍ପାନୀଦ୍ୱୟଙ୍କୁ ୪ଜି ସ୍ପେକ୍ଟ୍ରମ ଓ ପୁଞ୍ଜିଗତ ଖର୍ଚ୍ଚ ଲାଗି ଅର୍ଥ ସହାୟତା ପ୍ରଦାନ କରାଯିବ। ଉଲ୍ଲେଖଥାଉ କି, ବିଏସ୍‌ଏନ୍‌ଏଲ୍‌ କ୍ଷତି ସହିବାରେ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ କମ୍ପାନୀ। ଆର୍ଥିକ ବର୍ଷ ୨୦୧୯ ସୁଦ୍ଧା ଏହାର କ୍ଷତି ପରିମାଣ ୧୩,୮୦୪ କୋଟି ଟଙ୍କା ହୋଇଛି। ଅନ୍ୟପକ୍ଷରେ ଏମ୍‌ଟିଏନ୍‌ଏଲ୍‌ର କ୍ଷତିର ପରିମାଣ ୩,୩୯୮ କୋଟି ଟଙ୍କା। କ୍ଷତି ଦୃଷ୍ଟିରୁ ଦେଖିଲେ ଏହା ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି। କ୍ଷତି ସହିବାରେ ଏୟାର ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ରହିଛି। ଜଣେ ଅଧିକାରୀ କହିଛନ୍ତି ଯେ, ୪ଜି ସ୍ପେକ୍ଟ୍ରମ ମୂଲ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କାରୁ ଅଧିକ ହେବ। ଏହାକୁ ସରକାର ବହନ କରିବେ। ସେହିପରି ରୋଲ୍‌ଆଉଟରେ ୧୩ ହଜାର କୋଟି ଟଙ୍କା ବ୍ୟୟ ହେବ। ଏହାକୁ ଉଭୟ କମ୍ପାନୀ ବହନ କରିବେ। ସରକାର ଭିଆର୍‌ଏସ୍‌ ଓ ସମୟ ପୂର୍ବରୁ ଅବସର ଲାଭ ପ୍ରଦାନ ନିମିତ୍ତ ପ୍ରାୟ ୪୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଅନ୍ୟପକ୍ଷରେ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ ବନ୍ଦ କରିବା କ୍ଷେତ୍ରରେ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କା ସରକାରଙ୍କୁ କ୍ଷତି ସହିବାକୁ ହେବ। ଏହି କାରଣରୁ ଏହି ନିଷ୍ପତ୍ତି ବ୍ୟବହାରିକ ନୁହେଁ। ଏହାଛଡ଼ା ଏହାର ରଣନୈତିକ ପୁଞ୍ଜି ପ୍ରତ୍ୟାହାର ପ୍ରତି କୌଣସି କମ୍ପାନୀ ଆଗ୍ରହ ଦେଖାଇବାର ସମ୍ଭାବନା ଖୁବ୍‌ କମ୍‌। ଉଲ୍ଲେଖଥାଉ କି, ପ୍ରାୟ ଏକ ଦଶନ୍ଧି ଧରି ପରିଚାଳନାଗତ ତ୍ରୁଟିବିଚ୍ୟୁତି, କର୍ମଚାରୀଙ୍କ ବେତନ ବାବଦରେ ଅତ୍ୟଧିକ ଖର୍ଚ୍ଚ, ଠିକ୍‌ ନିଷ୍ପତ୍ତି ନ ନେବା, ସରକାରଙ୍କ ଅଯଥା ହସ୍ତକ୍ଷେପ ଓ ସମୟ ସହିତ ନିଜକୁ ଖାପ ନ ଖୁଆଇବା ଉକ୍ତ ଦୁଇ କମ୍ପାନୀ ପାଇଁ ମହଙ୍ଗା ପ୍ରମାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plans: ଜିଓ ୟୁଜର୍ସଙ୍କୁ ବଡ଼ ଝଟ୍‌କା, ବଦଳିଗଲା ଦୁଇଟି ଶସ୍ତା ପ୍ଲାନ, ଏବେ ଦେବାକୁ ପଡିବ ଏତେ ଟଙ୍କା

ରିଲାଏନ୍ସ ଜିଓ ଦୁଇଟି ଶସ୍ତା ରିଚାର୍ଜ ପ୍ଲାନର ବୈଧତା ପରିବର୍ତ୍ତନ କରି ପ୍ରିପେଡ ଉପଭୋକ୍ତାମାନଙ୍କୁ ପୁଣି ଥରେ ବଡ଼ ଝଟକା ଦେଇଛି। ଏହି Jio Plans...

କୋଟିପତି ହେବାକୁ ଚାହୁଁଥିଲେ ଆପଣାନ୍ତୁ 12-15-20 ଫର୍ମୂଲା, ୨୫ରୁ ୪୦ବୟସ ମଧ୍ୟରେ ଆରମ୍ଭ କରନ୍ତୁ ନିବେଶ

ସମସ୍ତେ କମ୍‌ ସମୟ ମଧ୍ୟରେ ଭଲ ସଞ୍ଚୟ କରିବାକୁ ଚାହାଁନ୍ତି। ଏହା ପଛରେ ଭବିଷ୍ୟତ ବିଷୟରେ ଚିନ୍ତା ରହିଛି, ଯେଉଁଥିରେ ସବୁଠାରୁ ବଡ଼ ଚିନ୍ତା ହେଉଛି...

Gold Rate: ଖୁସି ଖବର, ଏକାଥରେ ଏତେ ଖସିଲା ସୁନା ଦର…

ଭୁବନେଶ୍ୱର,୧୬।୨: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। କମିଲା ସୁନାଦର। ଶୀଘ୍ର ଯାଇ ଆଜି କିଣି ନିଅନ୍ତୁ। ଗତକାଲି ଅପେକ୍ଷା ଆଜି ସୁନାଦରରେ ହୋଇଛି ବଡ଼ ପରିବର୍ତ୍ତନ।...

ବାସ୍ତବ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨%

ଭୁବନେଶ୍ୱର,୧୬।୨(ଅନୁରାଧା ମହାରଣା): ବିଧାନସଭାରେ ୨୦୨୫-୨୬ ବର୍ଷ ନିମନ୍ତେ ସୋମବାର ବଜେଟ ଉପସ୍ଥାପନ କରାଯିବ। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ...

Jio Coin: ଗୋଟିଏ ଜିଓ କଏନ୍‌ ବଦଳରେ ମିଳିବ ଏତିକି ଟଙ୍କା!  ଏମିତି ରୋଜଗାର କରି ହୁଅନ୍ତୁ ମାଲାମାଲ…

ନୂଆଦିଲ୍ଲୀ,୧୫।୨: Bitcoin ଭଳି ଭାରତରେ ଏବେ Jio Coinକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।  ମୁକେଶ ଅମ୍ବାନୀଙ୍କ କମ୍ପାନୀ Reliance Jio ର ଏହି କଏନ୍‌...

ମାତ୍ର ୪୦ଟଙ୍କାରେ ମିଳିବ ୨ଲକ୍ଷ ଲାଭ, ଜାଣି ନିଅନ୍ତୁ କେମିତି ପାଇବେ ଏହି ସରକାରୀ ଯୋଜନାର ଲାଭ

ସାଧାରଣ ଲୋକଙ୍କୁ ବିତ୍ତୀୟ ସୁରକ୍ଷା ପ୍ରଦାନ କରିବାକୁ ସରକାର ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଆମେ ଆପଣଙ୍କୁ ଏମିତି ଗୋଟିଏ ସ୍କିମ...

ଶେୟାର ବଜାର କାରବାରରେ ହ୍ରାସ

ମୁମ୍ବାଇ,୧୫।୨: କ୍ରମାଗତ ୮ମ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସ ଫଳାଫଳ ଅନୁଯାୟୀ ଶେୟାର...

ଜୟଆଲୁକ୍କାସ୍‌ରେ ସର୍ବବୃହତ୍‌ ଅଳଙ୍କାର ସେଲ୍‌

ଭୁବନେଶ୍ୱର,୧୫।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ ‘ଜୟଆଲୁକ୍କାସ୍‌’ର ବହୁ ପ୍ରତୀକ୍ଷିତ ବିକ୍ରୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri