Categories: ବାଣିଜ୍ୟ

ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ ସଂଘର ଆମରଣ ଅନଶନ ଆଜି

ନୂଆଦିଲ୍ଲୀ,୨୫-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) କର୍ମଚାରୀ ସଂଘ ଦେଶବ୍ୟାପୀ ନଭେମ୍ବର ୨୫(ସୋମବାର)ରେ ଆମରଣ ଅନଶନ କରିବେ। ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌) ନେବାକୁ କମ୍ପାନୀ ପରିଚାଳନା କର୍ତ୍ତୃପକ୍ଷ କର୍ମଚାରିଙ୍କୁ ବାଧ୍ୟ କରାଉଥିବା ସଂଘ ପକ୍ଷରୁ କୁହାଯାଇଛି। ଭିଆର୍‌ଏସ୍‌ ନ ନେଲେ କର୍ମଚାରୀଙ୍କ ଅବସର ବୟସ ୫୮କୁ ହ୍ରାସ କରିବା ଏବଂ ଦୂର ସ୍ଥାନକୁ ପଠାଇ ଦେବା ଭଳି ଧମକ ଦିଆଯାଉଥିବା ଅଲ୍‌ ଇଣ୍ଡିଆ ୟୁନିୟନ ଆଣ୍ଡ ଆସୋସିଏଶନ୍ସ ଅଫ୍‌ ଭାରତ ସଞ୍ଚାର ନିଗମ ଲିମିଟେଡ(ଏୟୁଏବି) ଆବାହକ ପି. ଅଭିମନ୍ୟୁ କହିଛନ୍ତି। ଯେଉଁମାନେ ଚାହିଁବେ ଭିଆର୍‌ଏସ୍‌ ନେଇ ପାରିବେ। ସେମାନଙ୍କୁ ବିରୋଧ କରାଯାଉନାହିଁ। ତଳ ସ୍ତରର କର୍ମଚାରୀ ଏହା ଦ୍ୱାରା ଲାଭବାନ ହେବେ ନାହିଁ। ଏହା ଏକ ବାଧ୍ୟବାଧକତା ସ୍କିମ ହୋଇ ଥିବାରୁ କର୍ମଚାରୀ ସଂଘ ଆମରଣ ଅନଶନ କରିବ ବୋଲି ଅଭିମନ୍ୟୁ କହିଛନ୍ତି।

Share