ବିଏସ୍‌ଏନ୍‌ଏଲ୍‌ କାଜୁଆଲ କର୍ମଚାରୀ ସଂଘ ପକ୍ଷରୁ ଧାରଣା

ବାଲେଶ୍ୱର ଅଫିସ, ୧୮।୫-ବାଲେଶ୍ୱର-ଭଦ୍ରକ ଜିଲାର ବିଏସ୍‌ଏନ୍‌ଏଲ୍‌ (ଭାରତ ସଞ୍ଚାର ନିଗମ)ରେ କାଜୁଆଲ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ସଂଘ ପକ୍ଷରୁ ଶୁକ୍ରବାର ବାଲେଶ୍ୱର ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ସମ୍ମୁଖରେ ଧାରଣା ଦିଆଯାଇଥିଲା। ୭ମାସର ବକେୟା ଦରମା ମିଳି ନ ଥିବାରୁ କର୍ମଚାରୀମାନେ ବାଧ୍ୟ ହୋଇ ଧାରଣାରେ ବସିଥିବା ଜଣାପଡ଼ିଛି।
ବାଲେଶ୍ୱର-ଭଦ୍ରକ ଜିଲାର ବିଏସ୍‌ଏନ୍‌ଏଲ୍‌ରେ ୨ଶହରୁ ଉର୍ଦ୍ଧ୍ୱ କାଜୁଆଲ କର୍ମଚାରୀ ଭାବରେ କାର୍ଯ୍ୟ କରି ସମସ୍ତଙ୍କୁ ଟେଲିଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ଯୋଗାଇ ଆସୁଛନ୍ତି। ଡାଟା ଏଣ୍ଟ୍ରି, ବିଲ୍‌ ପେମେଣ୍ଟ, କେବୁଲ୍‌ ଜଏଣ୍ଟ, ଏମ୍‌ବିଏଫ୍‌ ୱାର୍କ ପରି ବିଭିନ୍ନ ବିଭାଗୀୟ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଦକ୍ଷ କୁଶଳୀ କର୍ମଚାରୀଙ୍କ କାମ ମଧ୍ୟ ଅଣକୁଶଳୀ ଭାବରେ ଯୋଗଦାନ କରିଥିବା କାଜୁଆଲ କର୍ମଚାରୀମାନଙ୍କୁ ମଧ୍ୟ ବିଭାଗୀୟ ଅଧିକାରୀମାନେ କରାଉଛନ୍ତି। ସରକାରଙ୍କ ପକ୍ଷରୁ ମାସିକ ୭ହଜାର ୫ଶହ ଟଙ୍କା ବେତନ ନିର୍ଦ୍ଧାରିତ ହୋଇଥିବା ବେଳେ ପ୍ରତିମାସ ଏହା ମିଳିବା କଷ୍ଟ ହୋଇପଡ଼ିଛି। ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଲିଖିତ ଜଣାଇବା ପରେ ମଧ୍ୟ ସେ କର୍ଣ୍ଣପାତ କରୁ ନ ଥିବା ସଂଘର ବରିଷ୍ଠ ସଦସ୍ୟ ପୁରୁଷୋତ୍ତମ ଜେନା ଅଭିଯୋଗ କରିଛନ୍ତି। ଉଭୟ ଜିଲାର କର୍ମଚାରୀମାନେ ଶୁକ୍ରବାର ବାଲେଶ୍ୱର ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ର କୌଣସି କର୍ମଚାରୀଙ୍କୁ ଅଫିସ୍‌ ଭିତରକୁ ଛାଡ଼ି ନ ଥିବାବେଳେ ଦରମା ନ ମିଳିବା ଯାଏ ଅଫିସ୍‌ ଖୋଲିବାକୁ ଦେଇ ନ ଥିଲେ। ଘଟଣାସ୍ଥଳରେ ଡିଜିଏମ୍‌ ପ୍ରଶାନ୍ତ କୁମାର ନାୟକ ପହଞ୍ଚତ୍ ୭ ଦିନ ଭିତରେ ୨ମାସର ବକେୟା ଦରମା ଏବଂ ଅନ୍ୟ ବକେୟା ଦରମା ଅତିଶୀଘ୍ର ପଇଠ କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ଓହରିଥିଲେ। ପ୍ରଦୀପ କୁମାର ନାୟକ, ମନୋଜ ଶତପଥୀ ଓ ଲମ୍ବୋଧର ଦାସ ପ୍ରମୁଖଙ୍କ ନେତୃତ୍ୱରେ କର୍ମଚାରୀମାନେ ଆନ୍ଦୋଳନରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚରମ ନିଷ୍ପତ୍ତି : ଜାଗା ପାଇଁ ଦେହରେ ପେଟ୍ରୋଲ ଢାଳି ନିଜୁକ ଜାଳିଲେ

ନୀଳଗିରି,୨୨।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଜିଲାପରିଷଦ ପାଣ୍ଠିରୁ ଗାଁ ଲୋକେ ନିର୍ମାଣ କରୁଥିଲେ କଂକ୍ରିଟ ରାସ୍ତା। ହେଲେ ଏହି ରାସ୍ତାକୁ ନିଜ ଜାଗା କହି ରାସ୍ତା ନିର୍ମାଣକୁ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri