Categories: ବାଣିଜ୍ୟ

ବିଏସ୍‌ଏନ୍‌ଏଲ୍‌ ଭିଆର୍‌ଏସ୍‌ ଲାଗି ୪୦ ହଜାରରୁ ଉର୍ଦ୍ଧ୍ୱ ଆବେଦନ

ନୂଆଦିଲ୍ଲୀ,୯-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କର୍ମଚାରୀଙ୍କ ଲାଗି ନିକଟରେ ଆସିଥିବା ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌)ର ଲାଭ ନେବାକୁ ବର୍ତ୍ତମାନ ସୁଦ୍ଧା ୪୦ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀ ଆବେଦନ କରିଛନ୍ତି। ସେହିଭଳି ୪ ଦିନରେ ଏମଟିଏନ୍‌ଏଲ୍‌ର ୩ ହଜାର କର୍ମଚାରୀ ଏହାର ସୁବିଧା ନେବାକୁ ଆବେଦନ କରିଥିବା ଜଣାପଡିଛି। ଏହି ଯୋଜନା ପ୍ରାୟ ୮୩ ହଜାର କର୍ମଚାରୀ ଚୟନ କରିବା ନେଇ ଲକ୍ଷ୍ୟ ରଖାଯାଇଥିବା ଟେଲିକମ୍‌ ସଚିବ ଅଂଶୁ ପ୍ରକାଶ କହିଛନ୍ତି। ସରକାରଙ୍କ ପକ୍ଷରୁ ଏ ନେଇ ଏକ ସୁଚିନ୍ତିତ ଯୋଜନା କରାଯାଇଥିବା ବେଳେ ଏହାକୁ କର୍ମଚାରୀଙ୍କଠାରୁ ବିପୁଳ ରେସ୍‌ପନ୍ସ ମିଳୁଥିବା ସେ କହିଛନ୍ତି।

Share