ବିଏସ୍‌ଏଫ୍‌ର ଆଉ ୨୪ ଯବାନ କରୋନା ପଜିଟିଭ

ନୂଆଦିଲ୍ଲୀ,୨୨।୫: ଗତ ୨୪ ଘଣ୍ଟା ମଧ୍ୟରେ ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଆଉ ୨୪ ଜଣ ଯବାନ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଖବର ମିଳିଛି। ଏହାକୁ ନେଇ ଏବେ ବିଏସ୍‌ଏଫ୍‌ର ମୋଟ ୧୦୮ ଯବାନଙ୍କ ଚିକିତ୍ସା ଚାଲିଛି। ତେବେ ବିଏସ୍‌ଏଫ୍‌ର ସଂକ୍ରମିତ ଯବାନଙ୍କ ମଧ୍ୟରୁ ଏବେସୁଦ୍ଧା ୨୭୭ ଜଣ ସୁସ୍ଥ ହୋଇ ସାରିଲେଣି ଓ ୩ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି ବିଏସ୍‌ଏଫ୍‌। ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୦୮୮ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ୧୪୮ ଜଣଙ୍କ ମୃତ୍ୟୁ ହୋଇଛି। ଏବେସୁଦ୍ଧା ଦେଶରେ ମୋଟ ୧,୧୮,୪୪୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ୬୬,୩୩୦ ଜଣଙ୍କ ଚିକିତ୍ସା ଚାଲିଛି। ସେହିଭଳି ୪୮,୫୩୩ ଜଣ ସୁସ୍ଥ ହୋଇ ସାରିଲେଣି।

Share