ବିଏସ୍‌ଏଫ୍‌ର ଆଉ ୩୭ ଯବାନ କରୋନା ପଜିଟିଭ

ନୂଆଦିଲ୍ଲୀ,୪।୫: ତ୍ରିପୁରାରେ ବର୍ଡର ସୁକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଆଉ ୩୭ ଜଣ ଯବାନ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଏବେ ବିଏସ୍‌ଏଫ୍‌ର ମୋଟ ୫୪ ଯବାନ କରୋନା କବଳରେ ବୋଲି ଜଣେ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ବିଏସ୍‌ଏଫ୍‌ର ଜଣେ ପ୍ରବକ୍ତା କହିଛନ୍ତି ଜାମା ମସଜିଦ ଓ ଚାନ୍ଦିନି ମହଲ ଅଞ୍ଚଳରେ କାର୍ଯ୍ୟରତ ଥିବା ଯବାନଙ୍କ ମଧ୍ୟରେ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ, ରବିବାର ଦିଲ୍ଲୀରେ କାର୍ଯ୍ୟରତ ଥିବା ବିଏସ୍‌ଏଫ୍‌ର ପ୍ରାୟ ୨୫ ଯବାନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ପୂର୍ବରୁ ବିଏସ୍‌ଏଫ୍‌ର ୬ ଯବାନଙ୍କ ନିକଟରେ ମଧ୍ୟ ଶନିବାର କରୋନା ପଜିଟିଭ ଥିବା ଜଣାପଡିଥିଲା। ସୂଚନାଯୋଗ୍ୟ, କରୋନା ଭାଇରସ ଏବେ ଦେଶରେ ବ୍ୟାପୀ ଚାଲିଥିବା ବେଳେ ଏହି ସମୟରେ କାର୍ଯ୍ୟରତ ଥିବା ସୁରକ୍ଷାକର୍ମୀ ମଧ୍ୟ ଏଥିରୁ ବାଦ୍‌ ପଡୁ ନାହାଁନ୍ତି।

Share